ଆମ ଗାଁ ସ୍କୁଲ ଗଣେଶ ପୂଜା 🙏 || GANESH PUJA || Odia Vlog
Jhulu jhuma express Jhulu jhuma express
1.36K subscribers
283 views
12

 Published On Sep 7, 2024

#ganeshpuja
#ganeshpujacelebration
#pooja
#ganesh
#odiavlog
#vlogvideo
#viralvideo
#ganeshpujavlog

|| ଗଣେଶ ପୂଜା ‌‌ପାଳନ||

ସଭାଟି ବିଦ୍ୟାଳୟ ମଧ୍ଯରେ ଅନୁଷ୍ଠିତ ହୁଏ ଏବଂ ପୂଜାସମିତି ର ସଭାପତି ଯେ କି ଆମ ବିଦ୍ୟାଳୟର ଜଣେ ଶିକ୍ଷକ ସେ ଏହି ସଭା ର ସଭାପତି ହୁଅନ୍ତି । ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ମତାମତ କୁ ନେଇ ପୂଜା ଓ ଭୋଜି ପାଇଁ ବିଭିନ୍ନ ଶ୍ରେଣୀ ସକାଶେ ଚାନ୍ଦା ପାଇଁ ଧାର୍ଯ୍ୟ କରାଯାଏ | ଶ୍ରେଣୀ ମନିଟର ମାନେ ଶ୍ରେଣୀ ଗୁଡିକରୁ ଚାନ୍ଦାସବୁ ସଂଗ୍ରହ କରି ନିରୁପିତ ଶିକ୍ଷକଙ୍କ ଠାରେ ଜମା ଦେଇ ତାଙ୍କ ଠାରୁ ରସିଦ ଆଣନ୍ତି । ଗଣେଶଙ୍କ ମୂର୍ତ୍ତି ତିଆରି କରିବା ପାଇଁ କାରିଗର କୁ ବହିନା ଦିଆଯାଏ । ବାଜାବାଲା ଙ୍କୁ ମଧ୍ୟ ବହିନା ଦିଆଯାଏ | ଭୋଜି ଦ୍ରବ୍ୟ ରାନ୍ଧିବା ପାଇଁ ଜଣେ ଷେୟା ବ୍ରାହ୍ମଣ କୁ ବହିନା ଦିଆଯାଏ |

କିପରି ପାଳିତ ହୁଏ |

ଗଣେଶ ଶ ପୂଜା ପୁର୍ବରୁ ଗୋଟିଏ ଶ୍ରେଣୀଗୃହକୁ ପରିଷ୍କାର କରି ରଙ୍ଗୀନ କାଗଜ, ଫୁଲ ଏବ ଏବଂ ଆମ୍ବ ଡାଳ ରେ ସଜାଯାଏ। ପୂଜା ଦିନ ଛାତ୍ରଛାତ୍ରୀମାନେ ନୂଆ ବସ୍ତ୍ର ପରିଧାନ କ କରି ହାତରେ ଭୋଗରାଗ, ଫୁଲମାଳ ଆଦି ବିଦ୍ୟାଳୟ କୁ ଆଣିକି ଆସନ୍ତି। ଘଣ୍ଟି, କାହାଳୀ, ଶଙ୍ଖ ଧ୍ବନୀ ରେ ଚାରିଆଡ଼େ କମ୍ପି ଉଠେ। ପୁରୋହିତ ଯଥା ସମୟ ସମୟରେ ଆସି ପୂଜା କାର୍ଯ୍ୟ ଆରମ୍ଭ କରିଥାନ୍ତି। ନାନା ପ୍ରକାରେ ମିଷ୍ମାନ ও ଲଡ଼ୁ ଇତ୍ୟା ଇତ୍ୟାଦି ଗଣେଶ ଙ୍କ ନିକଟରେ ଭୋଗ ହୁଏ। ନଡ଼ିଆ ଭଙ୍ଗା ହୁଏ । ପୂଜା ଶେଷରେ ସମସ୍ତେ ପୁଷ୍ପାଞ୍ଜଳୀ ଦିଅନ୍ତି। ଗଣେଶ ପୂଜା ପରଦିନ ଗଣେଶ ମୂର୍ତ୍ତି ନିକଟ କଟସୁ ନଦୀ କିମ୍ବା ପୁଷ୍କରିଣୀ ରେ ବିସର୍ଜନ କରାଯାଏ। ମହାରାଷ୍ଟ୍ର ରେ ଏହି ପୂଜା ସବୁଠାରୁ ଆଡ଼ମ୍ବରେ ପାଳିତ ହୁଏ। ଆମ ସମାଜରେ ବର୍ତ୍ତମାନ ଏହି ପୂଜା ଏକ ସାର୍ବଜନୀନ ପୂଜାରେ ପରିଣତ ହେଲାଣି। ଆମ ଓଡ଼ିଶାରେ ଜଟଣୀ, ତାଳଚେର ଓ ଅନୁଗୁଳରେ ଗଣେଶ ପୂଜା ଆଡ଼ମ୍ବର ସହିତ ଜାକଜମକରେ ପାଳନ କରାଜାଏ ||

ସାଜସଜ୍ଜା:-

ଗଣେଶ ପୂଜା ଉପଲକ୍ଷେ ବିଦ୍ୟାଳୟ ଗୁଡିକୁ ରଙ୍ଗୀନ କାଗଜରେ ନାନାବିଧ ଫୁଲ ତିଆରି କରି ସଜେଇ ଦିଆହୁଏ | ବିଶେଷତଃ ଶ୍ରୀ ଗଣେଶ ଯେଉଁ ପ୍ରକୋଷ୍ଠ ରେ ପ୍ରତିଷ୍ଠିତ ହୋଇ ପୂଜା ଗ୍ରହଣ କରିବେ, ସେହି ପ୍ରକୋଷ୍ଠ ଗୁଡିକୁ ମଧ୍ଯ ସୁନ୍ଦର ଭାବରେ ସୁସଜ୍ଜିତ କରାଯାଏ ।

||🙏ଧନ୍ୟବାଦ🙏||

show more

Share/Embed